odisha24 Live

Latest News

Latest News

କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍ ବିଶ୍ୱବିଦ୍ୟାଳୟ) ପକ୍ଷରୁ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ୍ ସର୍ଭିସେସ୍ କିମ୍ବା ଅନ୍ୟାନ୍ୟ ପବ୍ଲିକ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ କ୍ୟାମ୍ପସ ମଧ୍ୟରେ ହିଁ ସ୍ୱତନ୍ତ୍ର କୋଚିଂ ସୁବିଧା ଯୋଗାଇ ଦିଆଯିବା ନେଇ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି।
ସୂଚନାଯୋଗ୍ୟ, କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷା ସହ ପବ୍ଲିକ ସର୍ଭିସ ପରୀକ୍ଷା ପାଇଁ ଇଛୁକ ପିଲାଙ୍କୁ ହାତ ପାଆନ୍ତାରେ ବିନାଦେୟରେ କୋଚିଂ ଯୋଗାଇ ଦେବା ନିମନ୍ତେ ଅଚ୍ୟୁତ ସାମନ୍ତ ଦୀର୍ଘ ଦିନ ଧରି ପ୍ରୟାସ କରି ଆସୁଥିଲେ।କିଆସାକୁ ଉଦ୍ଘାଟନ କରି ଅଚ୍ୟୁତ ସାମନ୍ତ କହିଲେ, ପବ୍ଲିକ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରାର୍ଥୀମାନଙ୍କୁ ଉତ୍ତମ ମାଗର୍ଦର୍ଶନ ଓ ପ୍ରସ୍ତୁତି ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଛି। କିଟ୍ ଓ କିସ୍ ପରିବାରର ପବ୍ଲିକ ସର୍ଭିସ୍‌ରେ ଯୋଗଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ, ପ୍ରଶିକ୍ଷଣ ଓ ମେଣ୍ଟରିଂ ପାଇଁ କିଆସା ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିବ। ଗୁଣାତ୍ମକ ମାର୍ଗଦର୍ଶନ ପାଇଁ ଛାତ୍ରଛାତ୍ରୀମାନେ ପାରଂପରିକ ଭାବେ ଓଡ଼ିଶା ବାହାରକୁ ଯାଇ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ନେଉଥିଲେ। କିଆସା ଶୁଭାରମ୍ଭ ହେବା ଫଳରେ ଏବେ ସେମାନେ ଘର ନିକଟରେ ଏଭଳି ସୁବିଧା ପାଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ।

Share In Social Media
Scroll to Top