odisha24 Live

Latest News

Latest News

ଜାହାଜ ଚଳାଚଳକୁ ନେଇ ଦୁଇ ଦେଶ ମୁହାଁମୁହିଁ

ଓ୍ବାଶିଂଟନ : ଆମେରିକା-ଇରାନ ମଧ୍ୟରେ ପୁଣି ତୀବ୍ର ହେଲା ଉତ୍ତେଜନା । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଏବଂ ପରମାଣୁ ତଥା ସାମୁଦ୍ରିକ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ମୁହାଁମୁହିଁ ସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ପୁଣି ଥରେ ଯୁଦ୍ଧ ଆଶଙ୍କା ଓ ଶକ୍ତି ସଙ୍କଟ ଦେଖାଦେଇଛି। ଜାହାଜ ଚଳାଚଳ ଉପରେ ନଜର ରଖୁଥିବା ସଂସ୍ଥା ‘କେପ୍ଲର’ର ତଥ୍ୟ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାଇଥିବା ମୋଟ ଜାହାଜର ୮୦ ପ୍ରତିଶତରୁ ଅଧିକ ଜାହାଜ ଓମାନ ଜଳପଥର ବ୍ୟବହାର କରିଛନ୍ତି। ଜାତିସଂଘ ଅନୁମୋଦିତ ଏହି ମାର୍ଗକୁ ଇରାନ ତୀବ୍ର ବିରୋଧ କରୁଛି। ଇରାନ ଏହି ପ୍ରଣାଳୀ ଉପରେ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଦାବି କରିବା ସହ ଓମାନ ଉପକୂଳ ଦେଇ ଯାଉଥିବା ଅନେକ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ଏତେ ବିପଦ ସତ୍ତ୍ୱେ ଆମେରିକୀୟ ନୌସେନାର ସୁରକ୍ଷା ବଳରେ ଅଧିକାଂଶ ବାଣିଜ୍ୟିକ ଜାହାଜ ଏହି ମାର୍ଗ ଦେଇ ଯାତାୟାତ ଜାରି ରଖିଛନ୍ତି।

Share In Social Media
Scroll to Top