odisha24 Live

Latest News

Latest News

ଚୀନ୍ ରେ ଭୂମିକମ୍ପ ଝଟକା

ଚୀନ : ସକାଳୁ ସକାଳୁ ଥରିଲା ଚୀନର କିଙ୍ଗହାଇ ସହର । ଏହାର ତୀବ୍ରତା ୫.୬ ଥିଲା। ଏହାର କେନ୍ଦ୍ରସ୍ଥଳ କିଙ୍ଗହାଇର ହାଇକ୍ସି ପ୍ରଦେଶରେ ଭୂମି ତଳେ ପ୍ରାୟ ୧୦ କିଲୋମିଟର ଥିଲା। ମିଳିଥିବା ସୂଚନା ଆନୁଯାୟୀ ,ଭୂମିକମ୍ପର କେନ୍ଦ୍ରସ୍ଥଳ ୩୭.୮୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୫.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଭୂମିକମ୍ପର ଗଭୀରତା କମ୍ ଥିବାରୁ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇପାରିଛି। ତେବେ ଏଯାବତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

Share In Social Media
Scroll to Top