
ଭୁବନେଶ୍ୱର : ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ମଧ୍ୟରେ ଚାଲିଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଏସଏସଟିଇଟି ପରୀକ୍ଷା। ୩୦ଟି ଜିଲ୍ଲାର ୨୬୧ଟି ପରୀକ୍ଷା କେନ୍ଦ୍ରରେ ୫୯ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ସ୍ତରରେ ଶିକ୍ଷକ ହେବାକୁ ଯୋଗ୍ୟତା ହାସଲ ପାଇଁ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି ।
ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି ରହିଛି। ପରୀକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଓଏସଏସଟିଇଟିରେ ଦୁଇଟି ପେପର୍ ର ବ୍ୟବସ୍ଥା ରହିଛି। ସାଧାରଣତଃ ଟିଜିଟି ଓ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ଶିକ୍ଷକ ପଦ ପାଇଁ ପେପର୍-୧ ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପାଇଁ ପେପର୍-୨ ରହିଥାଏ ।





