ହଟ୍ଟଗୋଳ ଓ ହଙ୍ଗାମା ଭିତରେ ସରିଲା ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଶେଷ ହୋଇଛି ଲୋକସଭାର ମୌସୁମୀ ଅଧିବେଶନ । ଅଧିବେଶନ ର ଅନ୍ତିମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଯୋଗୁଁ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଶେଷରେ ବନ୍ଦମାତରମ ଗାନ ପରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ । ଅଧିବେଶନର ଅନ୍ତିମ ଦିନରେ ବାଚସ୍ପତି ଓମ ବିର୍ଲା ଗୃହର ସୁଚାରୁ ପରିଚାଳନା ପାଇଁ









