odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ବାଙ୍କୀର ଲାଗୁ ହେଲା କଟକଣା

ବାଙ୍କୀ : ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର ୧୬୩ ଧାରା ଲାଗୁ କରାଯାଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ କଟକଣା ଲାଗୁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବାଙ୍କୀ ବିଧାୟକଙ୍କ ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ ଆଶଙ୍କାରେ ଧାରା ଜାରି କରାଯାଇଛି । କଡା ସୁରକ୍ଷା ବଳୟ ଭିତରେ ବାଙ୍କୀ ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ । ବିଜେପି କର୍ମୀ ମାନେ ବ୍ଲକକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଡିଓଙ୍କୁ ଘେରିବାପାଇଁ ଯୋଜନା କରିଥିଲେ । ବିଧାୟକଙ୍କ ଗୋଷ୍ଠୀ ବିଜେପି ଗୋଷ୍ଠୀଙ୍କୁ ପ୍ରତିବାଦ କରିବାକୁ ସଜବାଜ ହେଉଥିବାରୁ ଗଣ୍ଡଗୋଳ ହେବାର ଆଶଙ୍କା କରି ବ୍ଲକ୍ କାର୍ଯ୍ୟାଳୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ତିନି ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ପୂର୍ବରୁ ମଧ୍ୟ ବିଜେପି କର୍ମୀ ତଥା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ମାନେ ବ୍ଲକ୍ ସମ୍ମୁଖରେ ଗଣ୍ତଗୋଳ କରିଥିଲେ।ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଏନଏସ୍‌ର ୧୬୩ ଧାରା ଜାରି କରାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top