odisha24 Live

Latest News

Latest News

ବାଣୀ ବିହାର କ୍ୟାମ୍ପସରେ ଉତ୍ତେଜନା, ମୁହାଁମୁହିଁ ଦୁଇ ଛାତ୍ରଗୋଷ୍ଠୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପରିସରରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାରକୁ ନେଇ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି‌।ମୁହାଁମୁହିଁ ହେଲେ ଦୁଇ ବିପକ୍ଷ।

ସୂଚନା ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ‘Why I Stand For’ ବୈଠକ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି। ସଭାରେ ଉଡି଼ଲା ଚେୟାର… ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ । ବାଣୀବିହାର କ୍ୟାମ୍ପସରେ ସଭା ଚାଲିଥିବା ବେଳେ ହଠାତ୍ ବଢ଼ିଥିଲା ଉତ୍ତେଜନା। ସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରେ ଉଡ଼ିଥିଲା ଚେୟାର। ହୋଇଥିଲା ଭଙ୍ଗାରୁଜା ପରିସ୍ଥିତି।ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୁଲିସ ସୁରକ୍ଷା ବଢ଼ାଯାଇଛି।

Share In Social Media
Scroll to Top