odisha24 Live

Latest News

Latest News

ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ

ଭୁବନେଶ୍ୱର : ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ ।

ସେହିପରି ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ଖାଦ୍ୟ ଷ୍ଟଲ୍ ଖୋଲିଥାଏ। ଏଠାରେ ଚାଟ୍, ଗୁପଚୁପ୍, ଦହିବରା, ଫାଷ୍ଟଫୁଡ୍‌ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖାଦ୍ୟ ମିଳିଥାଏ। ପୂଜା ଦେଖିବାକୁ ଆସୁଥିବା ଲୋକେ ଏହି ଷ୍ଟଲ୍‌ଗୁଡ଼ିକରେ ଖାଦ୍ୟ ଖାଇଥାନ୍ତି। ଫଳରେ ଏହି ସମୟରେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଅନ୍ୟପଟେ ପୂଜା ମଣ୍ଡପ ନିକଟରେ ଖୋଲିଥିବା ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଚାଲିଛି ଚଢ଼ାଉ। ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ, ଖାଦ୍ୟର ମାନ ଠିକ୍ ଅଛି କି ନାହିଁ ଏବଂ ବାସି ଖାଦ୍ୟ ବିକ୍ରି ହେଉଛି କି ନାହିଁ, ସେସବୁ ଦିଗ ଉପରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱରର ରସୁଲଗଡ଼ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍‌ଗୁଡ଼ିକରେ ସ୍ପେସାଲ୍ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି।
ଫୁଡ୍ ସେଫ୍ଟି ବିଭାଗର ଟିମ୍ ବିଶେଷକରି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ସାମଗ୍ରୀର ସଠିକ୍ ସଂରକ୍ଷଣ ଏବଂ ସ୍ୱଚ୍ଛତା ନିୟମ ପାଳନ ଉପରେ ଗୁରୁତ୍ୱ ଦେଉଛି। ଷ୍ଟଲ୍‌ରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ପରିଚ୍ଛନ୍ନତା ରକ୍ଷା କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।

Share In Social Media
Scroll to Top