odisha24 Live

Latest News

Latest News

କ୍ୟାମ୍ପସ ଛାଡ଼ନ୍ତୁ ଅଣଛାତ୍ର: ସିପି-ଡିସିପିଙ୍କ ଅପିଲ୍

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ।

କ୍ୟାମ୍ପସ ଅଡିଟୋରିୟମ ଭିତରେ ଚେୟାର ଫିଙ୍ଗାଫୋପଡ଼ାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ସହ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ନାରାବାଜି ଓ ଛକାପଞ୍ଝା ଦେଖିବାକୁ ମିଳିଛି। ଅଣଛାତ୍ରମାନଙ୍କୁ କ୍ୟାମ୍ପସରୁ ବାହାର କରିବା ପାଇଁ ପୋଲିସକୁ ବେଶ୍ ନାକେଦମ ହେବାକୁ ପଡ଼ିଛି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କମିଶନର୍ ଅଫ୍ ପୋଲିସ୍ (ସିପି) ଏବଂ ଡିସିପି ସ୍ଥାନରେ ପହଞ୍ଚି ଅଣଛାତ୍ରମାନଙ୍କୁ ତୁରନ୍ତ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କଡ଼ା ଅପିଲ୍ କରିଛନ୍ତି। ଏଥିସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଛନ୍ତି। ଅଣଛାତ୍ରମାନେ କ୍ୟାମ୍ପସରୁ ବାହାରିବା ମାତ୍ରେ ହିଁ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share In Social Media
Scroll to Top