
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପରିସରରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାରକୁ ନେଇ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି।ମୁହାଁମୁହିଁ ହେଲେ ଦୁଇ ବିପକ୍ଷ।
ସୂଚନା ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ‘Why I Stand For’ ବୈଠକ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି। ସଭାରେ ଉଡି଼ଲା ଚେୟାର… ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ । ବାଣୀବିହାର କ୍ୟାମ୍ପସରେ ସଭା ଚାଲିଥିବା ବେଳେ ହଠାତ୍ ବଢ଼ିଥିଲା ଉତ୍ତେଜନା। ସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରେ ଉଡ଼ିଥିଲା ଚେୟାର। ହୋଇଥିଲା ଭଙ୍ଗାରୁଜା ପରିସ୍ଥିତି।ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୁଲିସ ସୁରକ୍ଷା ବଢ଼ାଯାଇଛି।





