odisha24 Live

Latest News

Latest News

୧୩ ରୁ ବଦଳିବ ପାଗ : ଦକ୍ଷିଣ, ଉପକୂଳରେ ବେଶି ବର୍ଷିବ

ଭୁବନେଶ୍ୱର : ଅକ୍ଟୋବର ମାସରେ ଏକ ନୂତନ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏକ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୬ ତାରିଖ ବେଳକୁ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିପାରେ । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଲଘୁଚାପ ପ୍ରଭାବରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ । ଅନ୍ୟପଟେ, ବିଦେଶୀ ପାଣିପାଗ ମଡେଲ୍‌ରେ ସମ୍ଭାବ୍ୟ ବାତ୍ୟା ନେଇ ହେଉଥିବା ଆକଳନକୁ ଏବେଠାରୁ ବିଶ୍ୱାସ କରିବା ଠିକ୍‌ ହେବ ନାହିଁ । ଏକାଧିକ ପାଣିପାଗ ମଡେଲ୍‌ର ଆକଳନ ମଧ୍ୟରେ ସମାନତା ନଥିବାରୁ ବର୍ତ୍ତମାନ ସ୍ଥିତିରେ ବାତ୍ୟା ସୃଷ୍ଟି ନେଇ କୌଣସି ସ୍ପଷ୍ଟ ଆଶଙ୍କା ନାହିଁ । ତେବେ ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଶରତ ସାହୁ ।

Share In Social Media
Scroll to Top