odisha24 Live

Latest News

Latest News

ମଣିପୁରରେ ମୃତ୍ୟୁର ତାଣ୍ଡବ: ପୁଣି ଜଳିଲା ଘର, ଗୁଳିମାଡ଼ରେ ଗଲା ଜୀବନ

ନୂଆଦିଲ୍ଲୀ : ମଣିପୁରରେ ଜାତିଗତ ହିଂସା ଓ ରକ୍ତପାତ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି, ଯାହା ରାଜ୍ୟରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । କୁକି ଏବଂ ନାଗା ଜନଜାତିଙ୍କ ମଧ୍ୟରେ ଏକ ନୂତନ ପର୍ଯ୍ୟାୟର ହିଂସାକାଣ୍ଡ ମୁଣ୍ଡ ଟେକିଛି ।
କୁକି ଏବଂ ନାଗା ଗୋଷ୍ଠୀ ମଧ୍ୟରେ ଫେବୃଆରୀ ୨୦୨୬ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂଘର୍ଷରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବହୁ ସଂଖ୍ୟାରେ ଘରଦ୍ୱାର ଜାଳି ପୋଡ଼ି ଛାରଖାର କରିଦିଆଯାଇଛି । ନିକଟରେ କାମଜୋଙ୍ଗ , ଉଖ୍ରୁଲ ଏବଂ କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀଙ୍କ ଗୁଳିଚାଳନା ଯୋଗୁଁ ଅନେକ ନିରୀହ ନାଗା ନାଗରିକ ଓ ଅନ୍ୟମାନେ ପ୍ରାଣ ହରାଇଛନ୍ତି ।
୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା, ଅନେକ ନିଖୋଜ ହୋଇଥିଲେ ଏବଂ ହଜାର ହଜାର ଲୋକ ବାସହୀନ ହୋଇ ଶରଣାର୍ଥୀ ଶିବିରରେ ରହୁଛନ୍ତି ।

Share In Social Media
Scroll to Top