odisha24 Live

Latest News

Latest News

କେଉଁବାହନରେ ବାହୁଡିବେ ମା? ଆସନ୍ତୁ ଜାଣିବା…

ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ରହିଛି ବିଶେଷ ମହତ୍ତ୍ୱ। ମା’ ଦୁର୍ଗାଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିବ ଘରଠାରୁ ଆରମ୍ଭ କରି ପୂଜା ମଣ୍ଡପ । ନଅ ଦିନ ଧରି ଚାଲିବ ଶକ୍ତିସ୍ୱରୂପିଣୀ ମା’ଙ୍କ ପୂଜାର୍ଚ୍ଚନା । ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ତେବେ କେଉଁ ସମୟରେ କରିବେ ଘଟସ୍ଥାପନା? କେଉଁ ବାହନରେ ଆଗମନ କରିବେ ମା’ ଦୁର୍ଗା? ଆସନ୍ତୁ ଜାଣିବା ନବରାତ୍ରି ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ନବରାତ୍ରିରେ କିପରି କରିବେ ମାଙ୍କ ପୂଜା?
ମା ଦୁର୍ଗାଙ୍କ ପୂଜା ଲାଗି ଶ୍ରଦ୍ଧା ଓ ସାମର୍ଥ୍ୟାନୁସାର ଶରଳ ଉପାୟରେ ଉପାସନା କରାଯାଇ ପାରେ। ନବରାତ୍ରି ପ୍ରଥମ ଦିନରୁ ନବମୀ ପର୍ଯ୍ୟନ୍ତ ପ୍ରତ୍ୟୁଷରେ ସ୍ନାନ କରିବା ପରେ ଦୁର୍ଗାଙ୍କ ପୂଜା କରନ୍ତୁ। ଏଥିରେ ଦୁର୍ଗା ଚାଳିଶା ପାଠ କରନ୍ତୁ ଓ ମାଙ୍କ ଆରତୀ କରନ୍ତୁ। ଏଥିରେ ଯଦି ସମ୍ଭବ ହୁଏ ତେବେ ସନ୍ଧ୍ୟାରେ ମଧ୍ୟ ମାତାଙ୍କ ଆରତୀ କରନ୍ତୁ। ସମସ୍ତଙ୍କ ଲାଗି ଦୁର୍ଗା ସପ୍ତସତୀ ପାଠ କରିବା ସମ୍ଭବ ନୁହେଁ ଏଣୁ ନିଜ ସୁବିଧା ଅନୁସାରେ ଦୁର୍ଗା ଚାଳିଶା ପାଠ ମଧ୍ୟ କରି ପାରିବେ।

ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ବିଜୟା ଦଶମୀ ପାଳିତ ହେବ। ଏହିନ ଦିନଟି ମଙ୍ଗଳବାର ଓ ଧାର୍ମିକ ମାନ୍ୟତା ଅନୁସାରେ ବିଜୟାଦଶମୀ ଦିନ ଆଧାରରେ ଦୁର୍ଗାଙ୍କ ପ୍ରସ୍ଥାନ ବାହନ ନିର୍ଦ୍ଧାରଣ କରାଯାଏ। ଏଥର ବିଜୟା ଦଶମୀ ମଙ୍ଗଳବାର ଏଣୁ ମା ଅଶ୍ୱବାହନରେ ପ୍ରସ୍ଥାନ କରିବେ। ଏହି ବାହନକୁ ନେଇ ମାନ୍ୟତା ରହିଛି ଯେ ଏଥିରୁ ଅଶାନ୍ତି ଓ ବିଦ୍ରୋହ ଦେଖା ଦେବ। ଅର୍ଥାତ ଲୋକଙ୍କ ମନରେ ମାନସିକ ଅଶାନ୍ତି ଓ ଅସ୍ଥିରତା ବଢିବାର କୁହାଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ଧାର୍ମିକ ମାନ୍ୟତା ଅଧାରିତ, ଏହାକୁ ନିଶ୍ଚିତ ଭବିଷ୍ୟବାଣୀ କୁହାଯାଇ ପାରିବନି।

ମା ଦୁର୍ଗାଙ୍କୁ ଲାଗି କରନ୍ତୁ ଡାଳିମ୍ବ
ଧାର୍ମିକ ମାନ୍ୟତା ଅନୁସାରେ ଦୁର୍ଗାଙ୍କୁ ଫଳ ଅର୍ପିତ କରିବାର ମଧ୍ୟ ବିଧାନ ରହିଛି। ନବରାତ୍ରିରେ ମାଙ୍କୁ ନିଜ ଶ୍ରଦ୍ଧା ଅନୁସାରେ ଫଳ ଅର୍ପିତ କରିପାରନ୍ତି। କିଛି ମାନ୍ୟତା ଅନୁସାରେ ମାଙ୍କୁ ଡାଳିମ୍ବ ଅର୍ପିତ କରିବା ଶୁଭ ମନେ କରାଯାଏ। ଏଣୁ ନବରାତ୍ର କାଳରେ ମାଙ୍କ ଚରଣରେ ପ୍ରତିଦିନ ଡାଳିମ୍ବ ଅର୍ପିତ କରିପାରନ୍ତି। ଅଷ୍ଟମୀ ଓ ନବମୀରେ କନ୍ୟା ପୂଜନ କରି ଝିଅମାନଙ୍କୁ ପ୍ରସାଦ ରୂପେ ଫଳରେ ଡାଳିମ୍ବ ମଧ୍ୟ ଦେଇ ପାରନ୍ତି।

Share In Social Media
Scroll to Top