ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମଧ୍ୟମଧରଣ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ମପାଯାଇଥିଲା।
ଏନେଇ NCS କହିଛି ଯେ ଭୂକମ୍ପ ସକାଳ ୪:୨୩ ରେ ରେକର୍ଡ କରାଯାଇଥିଲା। ଭୂକମ୍ପର କେନ୍ଦ୍ର ଭୂମିରୁ ପ୍ରାୟ ୩୩ କିଲୋମିଟର ତଳେ ନାଗାଓଁରେ ଅବସ୍ଥିତ ଥିଲା। ଭୂକମ୍ପ ଯୋଗୁ ସକାଳୁ ସକାଳୁ ଆତଙ୍କ ସୃଷ୍ଟି ହୋଇଥିଲା, ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।