odisha24 Live

Latest News

Latest News

ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ

ପୁରୀ : ‘ହବିଷ୍ୟାଳୀ ୨୦୨୬’ ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଅକ୍ଟୋବର ୬ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ। edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ ।

ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି । ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷିଆଳି ରହିବାକୁ ଯୋଜନା ହୋଇଛି। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Share In Social Media
Scroll to Top