odisha24 Live

Latest News

Latest News

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର : ନୟାପଲ୍ଲୀ ଯୁବତୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି। ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି ଚଳାଇଥିଲା ପୋଲିସ। ଗୁଳିଟି ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିବାବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ ,ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ବନ୍ଧୁକ ଦେଖାଇ ଜଣେ ମୁଖାପିନ୍ଧା ଅଭିଯୁକ୍ତ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ଓଡ଼ିଶା ମହିଳା କମିଶନ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରି ଭୁବନେଶ୍ୱର ଡିସିପିଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ଖୋଜାଖୋଜି ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରି କାବୁ କରିବା ସହ ଗିରଫ କରିବାରେ ସଫଳ ହୋଇଛି ।

Share In Social Media
Scroll to Top