odisha24 Live

Latest News

Latest News

ବୋମା ବିସ୍ଫୋରଣ ମାମଲା

ଭୁବନେଶ୍ୱର: ଏୟାରଫିଲ୍ଫ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏଏନଆଇର ବଡ଼ ଆକ୍ସନ୍। ଅଭିଯୁକ୍ତମାନଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଗୁରୁବାର ଭୁବନେଶ୍ୱର ସ୍ପେଶାଲ ଏନଆଇଏ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି।
ଅଭିଯୁକ୍ତ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ବିରୋଧରେ BNS, ES Act ଏବଂ Explosives Actର ବିଭିନ୍ନ ଧାରା ଲାଗିଛି। ତେବେ ଏହାପରେ ବହୁତ ଶୀଘ୍ର ମାମଲାର ଶୁଣାଣି ଚାଲିବ ବୋଲି ଜଣାପଡ଼ିଛି ।
ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସାହାନୱାଜ ମଲ୍ଲିକ ଓରଫ ମୁଫି ଓ ତାର ମା’ ଲିଜାତୁନ ବିବିର ମୃତ୍ୟୁ ହୋଇଥିଲା । ତେବେ ପ୍ରଥମେ ଏୟାରଫିଲ୍ଡ ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଘଟଣାର କିଛି ଦିନ ପରେ ଲ୍ୟାବ ରିପୋର୍ଟ ଆସିବା ପରେ ଭୁବନେଶ୍ୱର ସ୍ଥିତ NIA ଶାଖା ପକ୍ଷରୁ ମାମଲା (ନଂ.୧/୨୦୨୬) ପଞ୍ଜିକୃତ କରାଯାଇଥିଲା । ସୂଚନା ଥାଉକି ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାଟି ୨୦୨୬ ଜାନୁଆରୀ ୨୭ ତାରିଖ ଅପରାହ୍ନରେ ଏକ ଭଡ଼ା ଘରର ଛାତ ଉପରେ ଘଟିଥିଲା। ବେଆଇନ ଭାବେ ବୋମା ପ୍ରସ୍ତୁତ କରାଯାଉଥିବା ସମୟରେ ଏହି ଭୟାବହ ଆକସ୍ମିକ ବିସ୍ଫୋରଣ ଘଟିଥିଲା।

Share In Social Media
Scroll to Top