
ମୁମ୍ବାଇ : ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା। ବିପୁଳ ପରିମାଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରି ଏକ ଇରାନୀ ନୌକାରୁ ୫୨୬ କିଲୋଗ୍ରାମ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଇଛି।
ଅପରେସନ୍ ସମୟରେ ନୌକାରେ ଥିବା ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କୁ ଅଟକ ରଖାଯାଇଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
ମୁମ୍ବାଇରେ ବର୍ତ୍ତମାନ କୋଷ୍ଟଗାର୍ଡ, ଏନସିବି, ଏନଆଇଏ , ଗୁଜୁରାଟ ଏଟିଏସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ଏତେ ବଡ଼ ଡ୍ରଗ୍ସ ଖେପ କେଉଁଠୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହା ପଛରେ କେଉଁ ଅନ୍ତର୍ଜାତୀୟ ନେଟୱର୍କ କାମ କରୁଥିଲା, ସେନେଇ ତଦନ୍ତ ଜାରି ରହିଛି ।




