odisha24 Live

Latest News

Latest News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ : ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ

ଭୁବନେଶ୍ୱର : ରାଜ୍ୟରେ ଅପମିଶ୍ରିତ ଛେନା ଓ ପନିରର କାରବାରକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି ।

ସେହିପରି ନିଆଳିରେ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ କରାଯାଇଛି । ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ସମୟ ମଧ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭,୩୨୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ।ବିଏମ୍‌ସି, କେଏମ୍‌ସି ଓ ଆର୍‌ଏମ୍‌ସି ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । କେବଳ ଭୁବନେଶ୍ୱରରୁ ୨,୮୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

Share In Social Media
Scroll to Top