
ମୁମ୍ବାଇ : ବଜେଟ୍ ସେଗମେଣ୍ଟରେ ଭିଭୋର ଆଉ ଏକ ନୂଆ ଧମାକା । ୮,୦୦୦mAh ବ୍ୟାଟେରୀ ସହ ନୂଆ ସ୍ମାର୍ଟଫୋନ୍ Vivo Y600i ଲଞ୍ଚ କରିଛି କମ୍ପାନୀ । ଚୀନରେ ଲଞ୍ଚ ହୋଇଥିବା ଏହି ଫୋନଟି ଭିଭୋର Y ସିରିଜରେ ସାମିଲ ହୋଇଛି । ଏହା ପୂର୍ବରୁ Y ସିରିଜରେ Vivo Y600 Turbo ଏବଂ Vivo Y600 Pro ଭଳି ଫୋନ୍ ଲଞ୍ଚ ହୋଇସାରିଛି । ତେବେ ନୂଆ Y600iର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବଡ଼ ବ୍ୟାଟେରୀ ।
Vivo Y600iରେ ରହିଛି ୬.୮୭ ଇଞ୍ଚର LCD ଡିସ୍ପ୍ଲେ । ଏହା HD+ ରେଜୋଲୁସନ୍ ସହ ୧୨୦Hz ରିଫ୍ରେଶ୍ ରେଟ୍ ସପୋର୍ଟ କରେ । ଫୋନଟିକୁ IP68 ଏବଂ IP69 ରେଟିଂ ମିଳିଛି । ଅର୍ଥାତ୍ ଧୂଳି ଓ ପାଣିରୁ ସୁରକ୍ଷା ପାଇଁ ଏଥିରେ ଭଲ ପ୍ରୋଟେକ୍ସନ୍ ରହିଛି ।
ପରଫର୍ମାନ୍ସ ପାଇଁ ଫୋନରେ ରହିଛି Qualcomm Snapdragon 4 Gen 2 ଚିପସେଟ୍ । ଏହା ସହ ୬ ଜିବି ରାମ୍ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯାଇଛି । ରାମ୍ ଓ ଷ୍ଟୋରେଜକୁ ମଧ୍ୟ ଏକ୍ସପାଣ୍ଡ କରିବାର ସୁବିଧା ରହିଛି । ସିକ୍ୟୁରିଟି ପାଇଁ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ଫେସ୍ ଅନଲକ୍ ଫିଚର୍ ମଧ୍ୟ ମିଳିବ।
କ୍ୟାମେରା ସେଗମେଣ୍ଟରେ କହିବାକୁ ଗଲେ, ଫୋନର ବ୍ୟାକରେ ରହିଛି ୫୦ ମେଗାପିକ୍ସେଲର ସିଙ୍ଗଲ୍ ରିଅର୍ କ୍ୟାମେରା ରହିଛି । ସେଲ୍ଫି ଓ ଭିଡିଓ କଲିଂ ପାଇଁ ମିଳିଛି ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା । ମେନ୍ କ୍ୟାମେରାରେ ୧୦X ଡିଜିଟାଲ୍ ଜୁମ୍ ଏବଂ ସେଲ୍ଫି କ୍ୟାମେରାରେ ୨X ଜୁମ୍ ସପୋର୍ଟ ରହିଛି । ଏବେ ଆସିବା ଫୋନର ସବୁଠାରୁ ବଡ଼ ହାଇଲାଇଟକୁ । Vivo Y600iରେ ରହିଛି ୮,୦୦୦mAhର ବଡ଼ ବ୍ୟାଟେରୀ । ଏହା ସହ ୪୪ ୱାଟ୍ ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି । ସଫ୍ଟୱେର୍ ଦୃଷ୍ଟିରୁ ଫୋନ୍ଟି Android 16 ରେ ବେସ୍ଡ OriginOS 6 ରେ ଚାଲିବ ।




