odisha24 Live

Latest News

Latest News

ଆରମ୍ଭରୁ ବିରୋଧୀର ଝଡ଼

ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ। ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ଦେଖାଯାଇଛି। ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିଛି । ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ । ଆଜିର କାର୍ଯ୍ୟସୂଚୀରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସ୍‌ଏମ୍‌ଇ ତଥା ବିଜ୍ଞାନ ଓ କାରିଗରୀ ବିଭାଗ ସାମିଲ ରହିଥିଲା ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖୁଥିବାବେଳେ ବିରୋଧୀ ପ୍ରବଳ ନାରାବାଜି କରିଥିଲେ । ବିରୋଧୀ ବିଧାୟକମାନେ ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ କରି ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ ।
ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହକୁ ଅଚଳ କରିଦେଇଥିଲେ । କଂଗ୍ରେସ ମଧ୍ୟ ବିଜେଡ଼ି ସହିତ ତାଳ ଦେଇ ହୋହାଲ୍ଲା କରିଥିଲା । ଫଳରେ ପ୍ରଶ୍ନର ଉତ୍ତର କିଛି ବି ଶୁଭି ନ ଥିଲା । ଫଳରେ ମଞ୍ଚାସୀନ ଥିବା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଯଦ୍ୱାରା ପ୍ରଶ୍ନକାଳ ସହିତ ଦିନ ତମାମର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Share In Social Media
Scroll to Top