odisha24 Live

Latest News

Latest News

ଟିଏମସିରେ ବଡ଼ ଧକ୍କା : ୧୭ ବିଦ୍ରୋହୀ ସାଂସଦଙ୍କ ବିଜେପି ମୁହାଁ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଖେଳ ହେବାକୁ ଯାଉଛି । କିଛି ମାସ ତଳେ ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ତୃଣମୂଳ କଂଗ୍ରେସର ହାତ ଛାଡ଼ି ନାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନସିପିଆଇ)ରେ ମିଶିଥିବା ସାଂସଦଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଗଲାଣି । ଟିଏମସି ଛାଢ଼ି ଏନସିପିଆଇରେ ମିଶିଥିବା ୨୦ ସାଂସଦଙ୍କ ମଧ୍ୟରୁ ୧୭ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି କୁଚବିହାର ଲୋକସଭା ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା ବସୁନିୟା ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ଯାହା ପରେ ପଶ୍ଚିମବଙ୍ଗରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ବସୁନିୟାଙ୍କ ଅନୁସାରେ ମୁର୍ଶିଦାବାଦର ତିନିଜଣ ମୁସଲିମ୍ ସାଂସଦ ଆବୁ ତାହେର ଖାନ୍, ଖଲିଲୁର ରହମାନ ଏବଂ ୟୁସୁଫ୍ ପଠାନଙ୍କୁ ବାଦ ଦେଲେ ଅନ୍ୟ ୧୭ ଜଣ ସାଂସଦ ପଦ୍ମ ଧରିବେ । କିନ୍ତୁ ସେମାନଙ୍କୁ ବିଭିନ୍ନ ମନ୍ତ୍ରୀପଦରେ ଅବସ୍ଥାନ କରାଯିବ ବୋଲି ସେ ବଡ଼ ଦାବି କରିଛନ୍ତି । ସେମାନେ ଏନଡିଏ ସରକାରକୁ ସମର୍ଥନ କରିବେ ।

ବସୁନିୟା କହିଛନ୍ତି ଯେ ଯେହେତୁ ଦୁଇ ତୃତୀୟାଂଶ ସାଂସଦ ଦଳ ପରିବର୍ତ୍ତନ କରିବେ ତେଣୁ ଏମାନଙ୍କ ଉପରେ ଦଳ ବଦଳ ନିୟମ ଲାଗୁ ହୋଇପାରିବ ନାହିଁ । ଜଗଦୀଶ କହିଛନ୍ତି ଯେ ୧୭ ଜଣ ସାଂସଦଙ୍କୁ ବିଜେପିରେ ସାମିଲ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ପୂଜା ପୂର୍ବରୁ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ସାଂସଦଙ୍କୁ ଏନସିପିଆଇ (NCPI) ରେ ସାମିଲ କରାଯାଇଥିଲା କାରଣ ତିନିଜଣ ମୁସଲିମ୍ ସାଂସଦ ବିଜେପିରେ ଯୋଗ ଦେଇନଥିଲେ।

ସେପଟେ ଆବୁ ତାହେର ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଜଗଦୀଶଙ୍କର ତାଙ୍କ ଭବିଷ୍ୟତର ରାଜନୈତିକ କାର୍ଯ୍ୟସୂଚୀ ଘୋଷଣା କରିବାର କ୍ଷମତା ନାହିଁ। ଏହି ତିନିଜଣ ନା ବିଜେପିରେ ଯୋଗ ଦେବେ ନାହିଁ କିମ୍ବା ଏନଡିଏର ଅଂଶ ହେବେ ନାହିଁ । ସେ କହିଛନ୍ତି ଯେ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସରକାରୀ ବୈଠକରେ ସେ ଯୋଗଦେବେ, କିନ୍ତୁ ବିଜେପି କିମ୍ବା ଏନଡିଏ ବୈଠକରେ ଅଂଶଗ୍ରହଣ କରିବେ ନାହିଁ।

Share In Social Media
Scroll to Top