odisha24 Live

Latest News

Latest News

ଡିଜିପି ନିଯୁକ୍ତି ମାମଲାରେ ନୂଆ ତାରିଖ

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ହୋଇନାହିଁ । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ତେବେ ଆଜି ଓଡିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ରହିଥିଲା। ଆଇନଜୀବୀ କହିଲେ ପିଟିସନର ଗତକାଲି ରିଜେଣ୍ଡର ଦାଖଲ କରିଛନ୍ତି । ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି । ଏନେଇ ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ । ତେଣୁ ଆସନ୍ତା ୭ ତାରିଖ ଯାଏଁ ୟୁପିଏସସି କୌଣସି ନିଷ୍ପତ୍ତି ନେଇ ପାରିବନାହିିଁ । ଶୁଣାଣି ବେଶି ଦିନ ଚାଲିବ ନାହିଁ, ଏନେଇ ନିୟମ ରହିଛି ।
ସୂଚନାଥାଉ କି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତେ । ସୁପ୍ରିମକୋର୍ଟଙ୍କ ଐତିହାସିକ ୨୦୦୬ ପ୍ରକାଶ ସିଂହ ମାମଲାର ଗାଇଡଲାଇନକୁ ଉଲ୍ଲଂଘନ କରି ଓଡ଼ିଶା ସରକାର ନିଜ ପସନ୍ଦର ଜଣେ ଜୁନିଅର ଅଫିସରଙ୍କୁ ଡିଜିପି ରେସରେ ସାମିଲ କରିବା ପାଇଁ ରାତିାରାତି ପଦୋନ୍ନତି ଦେଇଥିବା ଅଭିଯୋଗ ହୋଇଥିଲା । ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁପିଏସସିକୁ ସ୍ଥାୟୀ ଡିଜିପି ଚୟନ ବୈଠକ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ‌।ଏହାପରେ ଅଗଷ୍ଟ ୧୮ରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡଭୁକ୍ତ ହୋଇନଥିବାରୁ କୋର୍ଟ ଆଜିକୁ ଶୁଣାଣି ଧାର୍ଯ୍ୟ କରିଥିଲେ‌ ହେଲେ ତାହା ଆସନ୍ତା ୭ ତାରିଖକୁ ଘୁଂଚିଛି ଶୁଣାଣି ।

Share In Social Media
Scroll to Top