odisha24 Live

Latest News

Latest News

ଆକାଶରୁ ବର୍ଷା ବିପଦ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ବର୍ଷାରେ ବେହାଲ୍ ହେଲାଣି ସାରା ରାଜ୍ୟ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ଏବଂ ପବନର ବେଗ ବଢିବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦୁଇ ଜିଲ୍ଲା କେନ୍ଦୁଝର ଓ ସୁନ୍ଦରଗଡ଼କୁ ଜାରି ହୋଇଛି ରେଡ୍ ଆଲର୍ଟ। ତା ସହିତ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।ସେହି ଜିଲ୍ଲା ଗୁଡ଼ିକ ହେଲା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ମୟୂରଭଞ୍ଜ । ଏହାଛଡ଼ା ବାକି ୨୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଗଷ୍ଟ ୩୧ ରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଅର୍ଥାତ୍ ସେପ୍ଟେମ୍ବର ୧ ରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share In Social Media
Scroll to Top