
ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ
୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା ବହୁ ଲାଭଦାୟକ। ଅଳ୍ପ କିଛି କଳା ଜିରାକୁ ଭାଜି ତାହାକୁ କପଡ଼ାରେ ବାନ୍ଧି ଶୁଙ୍ଘିଲେ ଏସବୁ ସମସ୍ୟା ଦୂର ହୋଇଥାଏ।
୨. କଳାଜିରା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ମାଇକ୍ରୋବିୟଲ ନାମକ ଏକ ତତ୍ତ୍ୱ ରହିଛି। କିଛି କଳାଜିରା ଖାଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
୩. ମୁଣ୍ଡ ବିନ୍ଧା ସମୟରେ କିଛି କଳା ଜିରାକୁ ସୋରିଷ ତେଲରେ ପକାଇ ଗରମ କରି ମୁଣ୍ଡରେ ମାଲିସ କଲେ ମୁଣ୍ଡ ବିନ୍ଧା କମି ଯାଇଥାଏ। ସେହିପରି ଦାନ୍ତ ବିନ୍ଧୁଥିବା ବେଳେ ମଧ୍ୟ ଗରମ ପାଣିରେ ଏହାର ତେଲ କିଛି ବୁନ୍ଦା ପକାଇ କୁଳି କଲେ ଉପଶମ ମିଳିଥାଏ।
୪.ତ୍ୱଚା ଓ କେଶ ପାଇଁ ଲାଭଦାୟକ: କଳାଜିରା ତେଲ କେଶରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୁଏ ଏବଂ ଏହାର ପେଷ୍ଟ ତ୍ୱଚାରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୁଏ।
୫. ସ୍ମରଣ ଶକ୍ତି ବୃଦ୍ଧି: ଅଳ୍ପ କଳାଜିରା ସହ ମହୁ ମିଶାଇ ଖାଇଲେ ମସ୍ତିଷ୍କ କାର୍ଯ୍ୟକ୍ଷମ ହୁଏ ଓ ସ୍ମରଣ ଶକ୍ତି ବଢ଼ିଥାଏ।





