odisha24 Live

Latest News

Latest News

ବାହାରିଲା ୟୁଜିସି-ନେଟ୍ ରେଜଲ୍ଟ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ମୋଟ ୮୪ଟି ବିଷୟ ପାଇଁ ଏହି ଫଳାଫଳ ଘୋଷଣା କରାଯାଇଛି । କୃତୀ ପ୍ରାର୍ଥୀମାନେ ୟୁଜିସି-ନେଟ୍‌ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିଜର ସ୍କୋର କାର୍ଡ ଦେଖିବା ସହିତ ଡାଉନଲୋଡ୍ ଏବଂ ପ୍ରିଣ୍ଟ କରିପାରିବେ। ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ବିଷୟର ଯେଉଁ ପ୍ରାର୍ଥୀମାନଙ୍କ ପରୀକ୍ଷା ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ୨୦୨୬ରେ ପୁଣିଥରେ ହେବ, ସେମାନେ ସ୍କୋର କାର୍ଡ ଦେଖିବା ସମୟରେ ‘ଇନଭ୍ୟାଲିଡ୍ ଆପ୍ଲିକେସନ ନମ୍ବର କିମ୍ବା ପାସୱାର୍ଡ’ ଦେଖାଇବ । ଏମାନଙ୍କର ଫଳାଫଳ ଓ ସ୍କୋର କାର୍ଡ ପୁନଃ ପରୀକ୍ଷା ଶେଷ ହେବା ପରେ ହିଁ ପ୍ରଦାନ କରାଯିବ। ୟୁଜିସି-ନେଟ୍‌ ଜୁନ୍ ୨୦୨୬ ପରୀକ୍ଷା ଜୁନ୍ ୨୨ରୁ ଜୁନ୍ ୩୦ ମଧ୍ୟରେ ହୋଇଥିଲା। ଜୁନିୟର୍ ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର୍ ଏବଂ ପିଏଚଡି କାର୍ଯ୍ୟକ୍ରମରେ ନାମଲେଖା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଏହି ପରୀକ୍ଷା କରାଯାଇଥାଏ। ଏନଟିଏମ କେବଳ ସେହି ୮୪ଟି ବିଷୟର ଫଳାଫଳ ଜାରି କରିଛି, ଯାହାର ପରୀକ୍ଷା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରାର୍ଥୀମାନେ ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ନିଜର ଫଳାଫଳ ଏବଂ ଯୋଗ୍ୟତା ସ୍ଥିତି ଯାଞ୍ଚ କରିପାରିବେ ।

Share In Social Media
Scroll to Top