
ନୂଆପଡ଼ା :ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ମୌଜାର ଖାତା ନମ୍ବର ୪୯ର ୪ ଏକର ୪୦ ଡିସିମିଲ ଜମିକୁ ମାଲିକଙ୍କ ଅଜାଣତରେ ବିକ୍ରି କରାଯାଇଥିବା ଅଭିଯୋଗରେ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଓ ଆସିଷ୍ଟାଣ୍ଟ ରେଭନ୍ୟୁ ଇନ୍ସପେକ୍ଟର (ARI) ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି।ଗତ ଜୁଲାଇ ମାସରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ, ଆସିଷ୍ଟାଣ୍ଟ ରେଭନ୍ୟୁ ଇନ୍ସପେକ୍ଟର ରାମନାଥ ମିଶ୍ରଙ୍କୁ ବୋଡେନ ତହସିଲକୁ ବଦଳି କରାଯାଇଥିଲା।ଗତକାଲି ତାଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଲମ୍ବନ କରିଛନ୍ତି। ସେହିପରି ସବ୍ ରେଜିଷ୍ଟ୍ରାର ଅଫିସରେ ନିୟୋଜିତ ଥିବା ଏଆରଆଇ ରାମନାଥ ମିଶ୍ର ଆଧାର ନମ୍ବରର ସତ୍ୟାସତ୍ୟ ନ ଜାଣି ଜମି ବିକ୍ରି ପ୍ରକ୍ରିୟା କରିଥିଲେ। ତେଣୁ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି ଦୁଇ ଜଣଙ୍କୁ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଜମି ଦୁର୍ନୀତି ନେଇ କୋମନା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।ଆପଡ଼ା :ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ମୌଜାର ଖାତା ନମ୍ବର ୪୯ର ୪ ଏକର ୪୦ ଡିସିମିଲ ଜମିକୁ ମାଲିକଙ୍କ ଅଜାଣତରେ ବିକ୍ରି କରାଯାଇଥିବା ଅଭିଯୋଗରେ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଓ ଆସିଷ୍ଟାଣ୍ଟ ରେଭନ୍ୟୁ ଇନ୍ସପେକ୍ଟର (ARI) ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି।ଗତ ଜୁଲାଇ ମାସରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ, ଆସିଷ୍ଟାଣ୍ଟ ରେଭନ୍ୟୁ ଇନ୍ସପେକ୍ଟର ରାମନାଥ ମିଶ୍ରଙ୍କୁ ବୋଡେନ ତହସିଲକୁ ବଦଳି କରାଯାଇଥିଲା।ଗତକାଲି ତାଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଲମ୍ବନ କରିଛନ୍ତି। ସେହିପରି ସବ୍ ରେଜିଷ୍ଟ୍ରାର ଅଫିସରେ ନିୟୋଜିତ ଥିବା ଏଆରଆଇ ରାମନାଥ ମିଶ୍ର ଆଧାର ନମ୍ବରର ସତ୍ୟାସତ୍ୟ ନ ଜାଣି ଜମି ବିକ୍ରି ପ୍ରକ୍ରିୟା କରିଥିଲେ। ତେଣୁ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି ଦୁଇ ଜଣଙ୍କୁ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଜମି ଦୁର୍ନୀତି ନେଇ କୋମନା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।





