odisha24 Live

Latest News

Latest News

ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ ରହିଛି । ଚଳିତ ମୌସୁମୀ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିରୋଧୀ ଏବଂ ଶାସକ ମୁହାଁମୁହିଁ ହୋଇପାରନ୍ତି । ଯଦିଓ କହିବା ଏମଏମଡିଆର ବିଲ ହେଉ କି ଶିକ୍ଷକଙ୍କ ଦାବିି ହେଉ ବା ଚାଷୀ ପ୍ରସଙ୍ଗ ହେଉ ଏସବୁକୁ ନେଇ ବିରୋଧୀ ଗୃହରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିପାରନ୍ତି । ସବୁଠୁ ବଡ କଥା ଯେ, ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ଦେଇ ଯେଉଁ ନୂଆ ସରକାର ଆସିଥିଲେ, ତାହା ଉପରେ କଣ ଆଲୋଚନା ହୋଇଛି, ଏଥର ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଏହାକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିପାରନ୍ତି ।

Share In Social Media
Scroll to Top