
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ସାରା ଓଡିଶା ଭିଜୁଛି । । ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ବର୍ଷା । ଉତ୍ତର ପରେ ଦକ୍ଷିଣ ବୁଡ଼ିଛି। ଆଜି ପଶ୍ଚମରେ ଢାଳୁଛି । ଆଜି ୬ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏହି ଜିଲ୍ଲା ଗୁଡ଼ିକର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ୨୭ ତାରିଖ ଯାଏଁ ପ୍ରବଳ ବର୍ଷିବ । ତା ପରେ କମିବ ବର୍ଷା ପରିମାଣ । ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିଛି । ମାସ ଶେଷ ବେଳକୁ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।





