odisha24 Live

Latest News

Latest News

ମୃତ୍ୟୁ ପାଖରେ ବାଇଡେନ

ଆମେରିକା : ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମୃତ୍ୟୁ ପାଖରେ ନାହାଁନ୍ତି, କିନ୍ତୁ ସେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ୮୩ ବର୍ଷୀୟ ବାଇଡେନଙ୍କ ଶରୀରରେ ପ୍ରୋଷ୍ଟେଟ୍ କ୍ୟାନର ହାଡ଼କୁ ବ୍ୟାପିଯାଇଥିବା ନେଇ ତାଙ୍କ ପରିବାର ଓ ପତ୍ନୀ ଜିଲ୍‌ ବାଇଡେନ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ‘ଜେମି କର୍ଣ୍ଣ ଲିମା ଶୋ’ ରେ ଅତିଥି ଭାବରେ ଯୋଗ ଦେଇ ଜିଲ୍, ବାଇଡେନ୍‌ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ତାହା ହାଡ଼କୁ ବ୍ୟାପିଯିବା ପରର ମାନସିକ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ସ୍ୱାମୀଙ୍କ ଆସନ୍ନ ମୃତ୍ୟୁର ସତ୍ୟତାକୁ ସାମ୍ନା କରୁଥିବା ବେଳେ, ନିଜ ମନରୁ ନକାରାତ୍ମକ ଭାବନା ଦୂର କରିବାକୁ ସେ କିପରି ଚେଷ୍ଟା କରୁଛନ୍ତି, ସେ ବିଷୟରେ ପ୍ରକାଶ କରିଛନ୍ତି।
ଜିଲ୍‌ କହିଛନ୍ତି, ‘ନିଶ୍ଚିତ ଭାବେ ମୁଁ ଭୟଭୀତ । ପ୍ରଥମ କଥା ହେଉଛି, ସେ ମୋଠାରୁ ପ୍ରାୟ ୧୦ ବର୍ଷ ବଡ଼। ଏପରି ଗମ୍ଭୀର ରୋଗ ସମୟରେ… ଆପଣ ନିଜ ମନକୁ ଖରାପ ଦିଗକୁ ଯିବାକୁ ଦେଇପାରିବେ ନାହିଁ। ଆପଣ ସେମାନଙ୍କ ବିନା ଜୀବନ କଳ୍ପନା କରିପାରିବେ ନାହିଁ, କିନ୍ତୁ ଆପଣ ଜାଣନ୍ତି ଯେ, ଦିନେ ନା ଦିନେ ସେମାନଙ୍କର ମୃତ୍ୟୁ ହେବ—ଯେପରି ମୁଁ ଜାଣିଛି ଯେ, ମୋର ବି ମୃତ୍ୟୁ ହେବ। ତେଣୁ ଏହାର କିଛି ଅଂଶକୁ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ।’
ଜିଲଙ୍କ କହିବା ଅନୁଯାୟୀ, ରୋଗ ଚିହ୍ନଟ ହେବା ପରଠାରୁ ଜୋ ବାଇଡେନ୍ ଅତ୍ୟନ୍ତ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି। ସେ ନିଜର କୌଣସି ଭୟ ଜିଲ୍‌ଙ୍କ ଆଗରେ ପ୍ରକାଶ କରିନାହାନ୍ତି। ସେ ସବୁବେଳେ ଆମ ପରିବାରର ଶକ୍ତି ହୋଇ ରହିଆସିଛନ୍ତି ବୋଲି କହିଛନ୍ତି ଜିଲ୍‌ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ କଷ୍ଟକର ପରିସ୍ଥିତି ଥିଲେ ବି, ଦୁହେଁ କେବଳ ଦୁଃଖରେ ବୁଡ଼ି ରହିବାକୁ ଚାହୁଁନାହାନ୍ତି । ପାଖରେ ଥିବା ବାକି ସମୟକୁ ହସଖୁସିରେ ବିତାଇବାକୁ ସଙ୍କଳ୍ପବଦ୍ଧ ଅଛନ୍ତି ସେମାନେ। ଆମେ ଜୀବନକୁ ନକାରାତ୍ମକ ଭାବରେ ଦେଖିପାରିବୁ ନାହିଁ। ଆମେ ଭାବୁଛୁ,ଜୋଙ୍କୁ କ୍ୟାନ୍ସର ହୋଇଛି, ସେ ଆମ ସହ ଆଉ ବେଶି ଦିନ ରହିବେ ନାହିଁ, ତେଣୁ ଆସନ୍ତୁ ପ୍ରତ୍ୟେକ ମୁହୂର୍ତ୍ତର ପୂର୍ଣ୍ଣ ଉପଯୋଗ କରିବା ବୋଲି ଜିଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଏକାଠି ରହିବୁ… ଯେଉଁ ଜିନିଷ ଆମକୁ ଖୁସି ଦିଏ ତାହା କରିବୁ। ଏହି ଯାତ୍ରାକୁ ଏକ ସକାରାତ୍ମକ ଯାତ୍ରା କରିବୁ। କାରଣ ପ୍ରତିଦିନ ନକାରାତ୍ମକ ଭାବନା ସହ ଜୀବନ ଜିଇଁବା ଅତ୍ୟନ୍ତ କଷ୍ଟକର।

Share In Social Media
Scroll to Top