odisha24 Live

Latest News

Latest News

ୟୁକ୍ରେନ୍‌କୁ ଘାଇଲା କଲା ରୁଷ

କିଭ୍: ପୁଣି ୟୁକ୍ରେନ୍‌ରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତି ରୁଷିଆର ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି । ଲୋକଙ୍କ ଚହଳରେ ପୂରି ରହିଥିବା ଏକ ବ୍ୟସ୍ତବହୁଳ ସପିଂ ସେଣ୍ଟରକୁ ଟାର୍ଗେଟ କରି କରାଯାଇଥିବା ଏହି ବର୍ବର ଆକ୍ରମଣରେ ୧୪ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨ ଜଣ ଶିଶୁଙ୍କ ସମେତ ୧୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୯ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଏହି ସହରଟି ଅନ୍ୟ କାହାର ନୁହେଁ, ବରଂ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିଜ ଜନ୍ମସ୍ଥାନ। ଘଟଣା ସମ୍ପର୍କରେ ଜେଲେନସ୍କି ସୋସିଆଲ ମିଡିଆରେ ଅତ୍ୟନ୍ତ କ୍ଷୋଭ ଓ ଦୁଃଖ ପ୍ରକାଶ କରି ରୁଷର ଏହି କାର୍ଯ୍ୟକୁ “ନିନ୍ଦନୀୟ ଆତଙ୍କବାଦ” ବୋଲି କହିଛନ୍ତି। ପ୍ରଥମ ଆକ୍ରମଣ ସପିଂ ସେଣ୍ଟର ଉପରେ ଡ୍ରୋନ୍ ମାଡ଼ କରି ଭୟାନକ ପରିସ୍ଥିତି ସୃଷ୍ଟି କରାଗଲା। ଯେତେବେଳେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ଏବଂ ଆହତଙ୍କୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, ଠିକ୍ ସେହି ସମୟରେ ଦ୍ୱିତୀୟ ଆକ୍ରମଣ କରାଯାଇଥିଲା।
ଜେଲେନସ୍କି ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇ କହିଛନ୍ତି ଯେ, କେବଳ ନିନ୍ଦା ଯଥେଷ୍ଟ ନୁହେଁ, ରୁଷିଆ ଉପରେ ଏବେ ପ୍ରକୃତ ଓ କଠୋର ଆନ୍ତର୍ଜାତୀୟ ଚାପ ପକାଇବାର ସମୟ ଆସିଯାଇଛି। ସ୍ଥାନୀୟ ପ୍ରଶାସନର କହିଛନ୍ତି ଯେ ଆକ୍ରମଣ ପରେ ବିଶାଳ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶୁକ୍ରବାରର ଏହି ଆକ୍ରମଣ ପୁଣିଥରେ ପ୍ରମାଣିତ କରିଛି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ଗୁଡ଼ିକ ଏବେ ନିରୀହ ନାଗରିକଙ୍କ ପାଇଁ ସବୁଠାରୁ ବଡ଼ ସଙ୍କଟ ପାଲଟିଛନ୍ତି।

Share In Social Media
Scroll to Top