odisha24 Live

Latest News

Latest News

ବାହାରିଲା ୟୁପିଏସସି ନିଯୁକ୍ତି

ନୂଆଦିଲ୍ଲୀ : ସଂଘ ଲୋକସେବା ଆୟୋଗ ପକ୍ଷରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୮୦ଟି ପଦବୀ ପୂରଣ ହେବ।

UPSC EPFO APFC ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsc.online.nic.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା, ବୟସ ସୀମା ଓ ଅନ୍ୟାନ୍ୟ ନିୟମାବଳୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ମୋଟ ୮୦ଟି ପଦବୀ ମଧ୍ୟରୁ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ କରାଯାଇଛି। ଏଥିରେ ସାଧାରଣ (ୟୁ ) ବର୍ଗ ପାଇଁ ୨୯ଟି, OBC ପାଇଁ ୧୮ଟି, SC ପାଇଁ ୧୫ଟି, ଏସଟି ପାଇଁ ୧୦ଟି ଏବଂ EWS ବର୍ଗ ପାଇଁ ୮ଟି ପଦବୀ ସଂରକ୍ଷିତ ରହିଛି। ପ୍ରାର୍ଥୀମାନେ ଆବେଦନ ସମୟରେ ନିଜ ବର୍ଗ ଅନୁସାରେ ସଠିକ୍ ତଥ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିବ।

Share In Social Media
Scroll to Top