
ନୂଆଦିଲ୍ଲୀ : ଦିଲ୍ଲୀରେ ଛାତ୍ର ବିକ୍ଷୋଭ ସମୟରେ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ଜନ୍ତର-ମନ୍ତରରେ ହୋଇଥିବା ପ୍ରଦର୍ଶନ ସମୟରେ ପେଲେଟ ଗନରେ ଆହତ ହୋଇଥିବା ଛାତ୍ରଙ୍କୁ ନେଇ ଅଭିଯୋଗ କରିବା ପାଇଁ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧୀ ୨୪ ଜୁଲାଇ ୨୦୨୬ରେ ସାହିଲ ଲାଛୋବଙ୍କ ସହ ଏକ ପ୍ରେସ କନଫରେନ୍ସ ମଧ୍ୟ କରିଥିଲେ। ସେହି ସମୟରେ ପେଲେଟ ଗନ ବ୍ୟବହାର ସମ୍ପର୍କିତ ଦାବିକୁ ନେଇ ସରକାର ମିଛ କହୁଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ।





