odisha24 Live

Latest News

Latest News

୨୮ରେ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ବୁଧବାର ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଅବଗତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୫ଟି ବିଭାଗର ୭ଟି ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି। ସେଥିମଧ୍ୟରେ ପୂର୍ତ୍ତ, ରାଜସ୍ବ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ରହିଥିବା ଜଣାଯାଇଛି।

Share In Social Media
Scroll to Top