
ଭୁବନେଶ୍ୱର: ଓଡିଶା ପାଇଁ ବଡ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର । କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କଟକ- ପାରାଦୀପ ୭୨ କିମି ଟ୍ରାକ ପାଇଁ ବ୍ୟୟ ହେବ ୨୨୮୬ କୋଟି । ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଭଦ୍ରକ- ହରିଦାସପୁର ୭୫ କିମି ଟ୍ରାକ ପାଇଁ ବ୍ୟୟ ହେବ ୧୫୮୩ କୋଟି । ଖଡଗପୁର- ଭଦ୍ରକ ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଖଡଗପୁର- ଭଦ୍ରକ ୧୭୩ କିମି ପାଇଁ ୩୩୫୨ କୋଟି ଟଙ୍କାର ଅଟକଳ ଦିଆଯାଇଛି । କ୍ୟାବିନେଟ ଅନୁମୋଦନ କରିଥିବା ଅନ୍ୟ ଦୁଇଟି ପ୍ରକଳ୍ପ ହେଲା ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଯୋଡ଼ୁଥିବା ୧୭୩ କିଲୋମିଟର ଦୀର୍ଘ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ ଏବଂ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ୯୦ କିଲୋମିଟର ଦୀର୍ଘ ଗୁମ୍ମିଡିପୁଣ୍ଡି-ଗୁଡୁର ତୃତୀୟ ଓ ଚତୁର୍ଥ ଲାଇନ।





