odisha24 Live

Latest News

Latest News

ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା : ପଶ୍ଚିମବଙ୍ଗରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ , ବୁଧବାର ଭୋର ସମୟରେ ଏହି ଘଟଣା ଘଟିଥିଲା । ନିଆଁ ଏତେ ଭୟଙ୍କର ଯେ ତୁରନ୍ତ ବୃଦ୍ଧି ପାଇଥିଲା । ହୋଟେଲ ଭିତରେ ୯ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଫାୟାର ବ୍ରିଗେଡ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share In Social Media
Scroll to Top