odisha24 Live

Latest News

Latest News

ଫାଶୀ ପରିବର୍ତ୍ତେ ବିଷାକ୍ତ ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଫାଶୀ ଦେବା ପ୍ରକ୍ରିୟାକୁ ବନ୍ଦ କରି ତାହା ବଦଳରେ କମ୍‌ ଯନ୍ତ୍ରଣାଦାୟକ ବିକଳ୍ପ ପ୍ରଣାଳୀ ଆଣିବା ଦାବିରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି। ଫାଶୀ ଦଣ୍ଡର ସାମ୍ବିଧାନିକ ବୈଧତାକୁ ବଜାୟ ରଖି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ପାଇଁ ଫାଶୀ ଦଣ୍ଡ ଦେବା ପଦ୍ଧତି ରହିବ । ବିଚାରପତି ବିକ୍ରମନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏକ ଆବେଦକୁ ଖାରଜ କରିଦେଇଛନ୍ତି । ଫାଶୀ ଦଣ୍ଡ ଦେବା ପରିବର୍ତ୍ତେ ଅନ୍ୟ ଏକ ବିକଳ୍ପ ପାଇଁ ଦାବି କରାଯାଇଥିଲା । ଯାହାଫଳରେ ଦୋଷୀଙ୍କୁ କମ ଯନ୍ତ୍ରଣା ଦେବ । ଓକିଲ ରିଷି ମାଲହୋତ୍ରା ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଫାଶୀର ବିକଳ୍ପ ଗୁଡିକ ଥିଲା ଯେ, ଇଞ୍ଜେକ୍ସନ, ଗୁଳି, ବିଦ୍ୟୁତ ଆଘାତ କିମ୍ବା ଗ୍ୟାସ ଚାମ୍ବରର ପରାମର୍ଶ ଦିଆଯାଇଥିଲା । ଯାହାକି କିଛି ମନିଟର ପରେ ମୃତ୍ୟୁ ହୋଇଯାଆନ୍ତା । ପିଆଇଏଲରେ ଫାଶୀକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ , ଅମାନବୀୟ ଏବଂ ନିଷ୍ଠୁର ବୋଲି କୁହାଯାଇଥିଲା । ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ଫାଶୀ ଦେବାପରେ ମୃତ୍ୟୁ ଗୋଷଣା କରିବାକୁ ପ୍ରାୟ ୪୦ ମିନିଟ ସମୟ ଲାଗେ , ହେଲେ ଗୁଳି କିମ୍ବା ଇଞ୍ଜେକ୍ସନ ଦେଲେ ଦୋଷୀର ମୃତ୍ୟୁ ୫ ମିନିଟରେ ହୋଇଯାଏ । ଅଧିକ ସମୟ ଲାଗେ ନାହିଁ ।

Share In Social Media
Scroll to Top