odisha24 Live

Latest News

Latest News

ଇରାନ-କତାର ମୁହାଁମୁହିଁ

ଇରାନ : ଇରାନ ଏବଂ କତର ମଧ୍ୟରେ ଏବେ କୂଟନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚରୁ ୩ ଇରାନ ପାଇଲଟ କତାର କବଜାରେ ରହିଛନ୍ତି। ତେବେ ଇରାନର ଅଭିଯୋଗକୁ ଖଣ୍ଡନ କରିଛି କତାର। କତାରସ୍ଥିତ ଶତ୍ରୁପକ୍ଷର ଏକ ବେସ ଉପରେ ହମଲା ବେଳେ ୩ ଇରାନ ପାଇଲଟଙ୍କୁ ନିଜ କବଜାକୁ ନେଇଥିଲା କତାର। ଗତ ଫେବ୍ରୁଆରୀ ୨୮ରୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ହମଲା ପରେ କତାରସ୍ଥିତ ଏକ ବେସ ଉପରେ ହମଲା କରିଥିଲା ଇରାନ। ୩ ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟଙ୍କ ମୃତଦେହ ମିଳିଥିବା ନେଇ ହୋଇଥିଲା ଚର୍ଚ୍ଚା। ମୃତ ପାଇଲଟଙ୍କ ଦେହାବଶେଷକୁ ଇରାନ ହାତରେ ଦେବା ଲାଗି କତାର କର୍ତ୍ତୃପକ୍ଷ ଯୋଗାଯୋଗ କରିଥିଲେ ବୋଲି କୁହାଯାଉଛି। ସେପଟେ ଇରାନ ପକ୍ଷରୁ କୁହାଯାଇଛି କତାର ଏୟାର ବେସରେ ମିଲିଟାରୀ ଅପରେସନ ବେଳେ ୩ ଇରାନ ପାଇଲଟଙ୍କୁ କତାର ନିଜ କବଜାକୁ ନେଇଛି। ଏହି ୩ ପାଇଲଟଙ୍କୁ ଉଦ୍ଧାର କରିବା ଲାଗି ରେଡ କ୍ରସର ଅନ୍ତର୍ଜାତୀୟ କମିଟି ନିକଟରେ ଦାବି କରିଛି ଇରାନ। ଇରାନ କହିଛି- ମିଲିଟାରୀ ମିସନ ବେଳେ ଆଘାତପ୍ରାପ୍ତ ହୋଇ ଏକ ବିମାନ ଖସିବା ପରେ ୩ ପାଇଲଟଙ୍କୁ କତାର ଅକ୍ତିଆର କରିଥିଲା। ଏହି ପ୍ରସଙ୍ଗରେ ଆମେରିକା ଓ ଇସ୍ରାଏଲକୁ ଦୋଷ ଦେଇଛି ଇରାନ। ସେପଟେ ହର୍ମୁଜ ପ୍ରସଙ୍ଗରେ ଆମେରିକାକୁ କ୍ଷତିପୂରଣ ମାଗିଛି ଇରାନ। ଯୁଦ୍ଧ ପୂର୍ବରୁ ହର୍ମୁଜ ଦେଇ ଦୈନିକ ୧୩୦ରୁ ୧୪୦ ଜାହାଜ ଯାତାୟାତ କରୁଥିବାବେଳେ ବର୍ତ୍ତମାନ ତାହା ମାତ୍ର ୧୨ଟି ଜାହାଜକୁ ଖସିଆସିଲାଣି। ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୌସେନା ଅବରୋଧ ଘଟଣାକୁ ୱାଲ ଅଫ ଷ୍ଟିଲ ଦର୍ଶାଇଛନ୍ତି।

Share In Social Media
Scroll to Top