
ୟୁକ୍ରେନ : ସକାଳୁ ସକାଳୁ ୟୁକ୍ରେନର ପ୍ରଚଣ୍ଡ ହମଲା। ୟୁକ୍ରେନ ସେନା ରୁଷର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି ବଡ ଡ୍ରୋନ୍ ଆକ୍ରମଣ କରିଛି।ଏହା ୨୦୨୬ ବର୍ଷର ସବୁଠାରୁ ବଡ଼ ଆକ୍ରମଣ ଥିଲା। ସୂଚନା ଅନୁଯାୟୀ, ରାତିସାରା ମସ୍କୋ ଆକାଶମାର୍ଗରେ ପ୍ରାୟ ୨୦୧ଟି ୟୁକ୍ରେନୀୟ ଡ୍ରୋନକୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ସଫଳତାର ସହ ନଷ୍ଟ କରିଦେଇଛି। ଏହି ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦର ଗୁଡ଼ିକରେ କିଛି ସମୟ ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା।ଅପରପକ୍ଷରେ, ପ୍ରତି ଜବାବରେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକ ଉପରେ ମିସାଇଲ୍ ଓ ବୋମା ମାଡ କରିଛି। ରୁଷର ଏହି ଘନ ଘନ ଆକ୍ରମଣରେ କିଭର ବହୁ ଆବାସିକ ଭବନ ଏବଂ ଭୂମିଗତ ସମ୍ପତ୍ତି ନଷ୍ଟ ହୋଇଛି। ଯାହାଫଳରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରୁଷର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି, ତେଲ ଡିପୋ ଓ ସୂଚନା ନେଟୱାର୍କକୁ ଟାର୍ଗେଟ କରୁଥିବା ବେଳେ ରୁଷିଆ ବାଲିଷ୍ଟିକ୍ ମିସାଇଲ୍ ବ୍ୟବହାର କରି ୟୁକ୍ରେନର ରେଳ ଓ ବନ୍ଦର ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।





