odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଟେକ୍ସାସରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଆମେରିକା : ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚେ ଏଏଚ୍-୬୪ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟେକ୍ସାସର ସାଲାଡୋ ଅଞ୍ଚଳରେ ଘଟଣାଟି ଘଟିଥିବା ବେଲ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୧ଟା ୩୦ରେ ଦୁର୍ଘଟଣା ସମ୍ପର୍କରେ ୯୧୧କୁ ଫୋନ୍ ଆସିଥିଲା । ଖବର ପାଇ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ ହେଲିକପ୍ଟରଟିରେ ନିଆଁ ଲାଗିବା ସହ ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଥିଲା। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଅନେକ ଘରକୁ ଖାଲି କରାଯାଇଥିଲା । ଉଭୟ ପାଇଲଟଙ୍କୁ ଉଦ୍ଧାର କରି ଫୋର୍ଟ ହୁଡ୍‌ର କାର୍ଲ ଆର୍. ଡାର୍ନାଲ୍ ଆର୍ମି ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ହେଲିକପ୍ଟରଟି ଫୋର୍ଟ ହୁଡ୍‌ରେ ମୁତୟନ ଥିଲା। ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଫୋର୍ଟ ହୁଡ୍‌ର ଅପରାଧ ତଦନ୍ତ ବିଭାଗ ଘଟଣାର ତଦନ୍ତ କରୁଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top