
ବେଜିଂ : ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁ ରୋଙ୍ଗଜିଙ୍କ ପରଲୋକ। ୯୭ ବର୍ଷ ବୟସରେ ବେଜିଂରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୦ରୁ ୨୦୦୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ସେ ଚାଇନା ଅର୍ଥନୀତିକୁ ପରିବର୍ତ୍ତନ କରିବା, ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକରେ ବ୍ୟାପକ ସଂସ୍କାର ଆଣିବାରେ ଏକ ଅଭୂତପୂର୍ବ ନେତୃତ୍ୱ ପ୍ରଦର୍ଶନ କରିଥିଲେ। ୨୦୦୧ରେ ଡବ୍ଲ୍ୟୁଟିଓରେ ଚାଇନାର ପ୍ରବେଶ ପଛରେ ତାଙ୍କର କଠିନ ପରିଶ୍ରମ ଓ ଦୂରଦୃଷ୍ଟି ରହିଥିଲା, ଯାହା ଦେଶର ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପରିଚୟ ଦେଇଥିଲା। ଭାରତ-ଚାଇନା ସମ୍ପର୍କକୁ ମଜଭୁତ କରିବା ପାଇଁ ସେ ୨୦୦୨ରେ ଭାରତ ଗସ୍ତ କରିଥିଲେ। ୨୦୦୩ରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପରେ ଝୁ ସାର୍ବଜନୀନ ଜୀବନରୁ ଦୂରେଇ ରହିଥିଲେ।

