odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ପୁଣି ଅଶାନ୍ତ ମଣିପୁର

ମଣିପୁର : ଦେଢ ମାସ ହେବ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ପୁଣି ଥରେ ହିଂସା ତେଜି ଉଠିଛି। ସ୍ଥିତି ସ୍ଵଭାବିକ ହେବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗାଁରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରି ୯ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି ବୁଧବାର ଦିନ ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ଦୁର୍ବୃତ୍ତମାନେ ଟୁମାନପୋକପି ଥାଙ୍ଗଲ ଗାଁ ନିକଟରେ ଅବସ୍ଥିତ ଟୋକପା ଲିଆଙ୍ଗମାଇ ନାଗା ଗାଁକୁ ଟାର୍ଗେଟ କରିଥିଲେ। ତେବେ ସେମାନେ କେତେ ଘରକୁ ଟାର୍ଗେଟ କରିଥିଲେ ତାହାର ପ୍ରକୃତ ସଂଖ୍ୟା ଜଣାପଡିନାହିଁ। ଅଧିକାରୀମାନେ କହିଛନ୍ତି ଯେ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସି ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ମଣିପୁରର ଲିଆଙ୍ଗମାଇ ନାଗା ପରିଷଦ ଏହି ଘଟଣାର ନିନ୍ଦା କରିଛି ଏବଂ ଅଭିଯୋଗ କରିଛି ଯେ ଆକ୍ରମଣ ପଛରେ ଅନ୍ୟ ସମ୍ପ୍ରଦାୟର ସଶସ୍ତ୍ର ଲୋକମାନଙ୍କର ହାତ ରହିଛି। ପରିଷଦ ଦାବି କରିଛି ଯେ ଆକ୍ରମଣରେ ୧୦ ଘର ଏବଂ ଏକ ଚର୍ଚ୍ଚ ଜଳିଯାଇଛି। ନିର୍ଦ୍ଦୋଷ ନାଗରିକ, ଆବାସିକ ସମ୍ପତ୍ତି ଏବଂ ପୂଜାସ୍ଥଳକୁ ଜାଣିଶୁଣି ଟାର୍ଗେଟ କରିବା ଏକ ଗମ୍ଭୀର ଏବଂ ନିନ୍ଦନୀୟ ହିଂସା କାର୍ଯ୍ୟ ବୋଲି ପରିଷଦ କହିଛି। ନାଗା ସଂଗଠନ ପୋଡ଼ାଜଳା ପାଇଁ ଦାୟୀ ଲୋକଙ୍କୁ ତୁରନ୍ତ ଗିରଫ ଏବଂ ଦଣ୍ଡିତ କରିବାକୁ ଦାବି କରିଛି। ଏହା ସହିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ ​​କରିବାକୁ ମଧ୍ୟ ଦାବି କରିଛି।

Share In Social Media

Leave a Comment

Your email address will not be published. Required fields are marked *

Scroll to Top