odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଚର୍ଚ୍ଚାରେ ଟାଟା ସନ୍ସ

ମୁମ୍ବାଇ : ଟାଟା ଗ୍ରପ ଆସିଛି ବଡ଼ ଖବର । ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍‌ ଚନ୍ଦ୍ରଶେଖରନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃଆରୀ ମାସରେ ଟାଟା ସନ୍ସର ବୋର୍ଡ ତାଙ୍କୁ ପୁଣିଥରେ ଚେୟାରମ୍ୟାନ୍ ନିଯୁକ୍ତ କରିବା ନେଇ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା। ଏହି ଖବର ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଆସନ୍ତା ୧୮ ଅଗଷ୍ଟରେ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ହେବାକୁ ଯାଉଛି। ଆଉ ଏହା ପୂର୍ବରୁ ଚେୟାରମ୍ୟାନଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଏନ୍. ଚନ୍ଦ୍ରଶେଖରନ୍ ତୁରନ୍ତ ତାଙ୍କ ପଦ ଛାଡ଼ିବେ ନାହିଁ। ସେ ନିଜର ବର୍ତ୍ତମାନ କାର୍ଯ୍ୟକାଳ ପୂରା କରିବେ, ଯାହା ୨୦୨୭ ଫେବୃଆରୀ ପର୍ଯ୍ୟନ୍ତ ରହିଛି।ଏନ୍. ଚନ୍ଦ୍ରଶେଖରନ୍ ୨୦୧୭ ମସିହାରୁ ଟାଟା ସନ୍ସର ଚେୟାରମ୍ୟାନ୍ ଅଛନ୍ତି। ଏହା ପୂର୍ବରୁ ସେ ଟାଟା କନସଲଟାନ୍ସି ସର୍ଭିସେସ୍‌ ର ସିଇଓ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୮୭ ମସିହାରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ।ଚନ୍ଦ୍ରଶେଖରନଙ୍କ ପରବର୍ତ୍ତୀ କାର୍ଯ୍ୟକାଳକୁ ନେଇ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟସ୍‌ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା। ଚଳିତ ବର୍ଷ ଫେବୃଆରୀରେ ଚନ୍ଦ୍ରଶେଖରନଙ୍କୁ ପୁଣିଥରେ ଚେୟାରମ୍ୟାନ୍ କରାଯିବା ନେଇ ନିଷ୍ପତ୍ତିକୁ ଟାଳି ଦିଆଯାଇଥିଲା। ରିପୋର୍ଟ ଅନୁସାରେ, ଟାଟା ଟ୍ରଷ୍ଟସ୍‌ର ଚେୟାରମ୍ୟାନ୍ ନୋଏଲ୍ ଟାଟା ତାଙ୍କ ପୁନଃନିଯୁକ୍ତିକୁ ବିରୋଧ କରିଥିଲେ।
ରିପୋର୍ଟ ଅନୁଯାୟୀ, ଟାଟା ସନ୍ସକୁ ଭବିଷ୍ୟତରେ ଷ୍ଟକ୍‌ ମାର୍କେଟରେ ଲିଷ୍ଟ କରାନଯିବା ନେଇ ନୋଏଲ୍ ଟାଟାଙ୍କ ଆଭିମୁଖ୍ୟ ଥିଲା, ଯେଉଁଥିରେ ଚନ୍ଦ୍ରଶେଖରନ୍ ସହମତ ନଥିଲେ।
ଏହା ବ୍ୟତୀତ ଟାଟା ସନ୍ସର ବୋର୍ଡରେ ପ୍ରତିନିଧିତ୍ୱ, ଗ୍ରୁପ୍‌ର ରଣନୀତି ଏବଂ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ମତଭେଦ ଥିବା ଖବର ସାମ୍ନାକୁ ଆସିଥିଲା।

Share In Social Media

Leave a Comment

Your email address will not be published. Required fields are marked *

Scroll to Top