odisha24 Live

Latest News

Latest News

ଏସ୍‌ସିବି ଓଡ଼ିଶାରେ ଏକ ନମ୍ବର

ଭୁବନେଶ୍ୱର : ଓଡ଼ିଶାର ତିନୋଟି ସରକାରୀ ମେଡିକାଲ କଲେଜ ଇଣ୍ଡିଆନ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ (ଆଇଆଇଆରଏଫ) ୨୦୨୬ ରାଙ୍କିଂରେ ସ୍ଥାନ ପାଇଛି। ଏହି ରାଙ୍କିଙ୍ଗରେ କଟକର ଏସସିବି ଭେଷଜ ମହାବିଦ୍ୟାଳୟ ୧୫ତମ ସ୍ଥାନ, ବୁର୍ଲା ଭିମ୍‌ସାର ୬୪ତମ ସ୍ଥାନ ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ୭୪ତମ ସ୍ଥାନ ହାସଲ କରିଛି। ସେହିପରି, ଭୁବନେଶ୍ବର ଏମ୍ସ ୧୬ ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଓଡ଼ିଶାରେ ଏସ୍‌ସିବି ଏକ ନମ୍ବରରେ ଅଛି। ପ୍ରଥମଥର ପାଇଁ ଓଡ଼ିଶାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଏମ୍ସ ଭୁବନେଶ୍ବରକୁ ପଛରେ ପକାଇଛି। ଏହା ରାଜ୍ୟର ସରକାରୀ
ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବଢ଼ୁଥିବା ଗୁଣାତ୍ମକ ମାନକୁ ପ୍ରତିପାଦନ କରୁଛି। ଏହି ସଫଳତା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସ୍ଥାନ ପାଇଥିବା ସମସ୍ତ ଭେଷଜ ମହାବିଦ୍ୟାଳୟର ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ରାଙ୍କିଙ୍ଗ୍‌ ଆମ ପାଇଁ କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ଭେଷଜ ମହାବିଦ୍ୟାଳୟଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଏକ ପ୍ରେରଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ଚିକିତ୍ସା ଶିକ୍ଷା, ଗବେଷଣା, ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଏହା ଆଗକୁ ଜାରି ରହିବ। ରାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ଦିଲ୍ଲୀ ଏମ୍ସ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଚେନ୍ନଇର ଏମଏମ୍‌ସି ଏବଂ ତୃତୀୟ ସ୍ଥାନରେ ପୁଡୁଚେରୀର ଜେଆଇପିଏମ୍‌ଇଆର ରହିଛି।

Share In Social Media
Scroll to Top