
ନୂଆଦିଲ୍ଲୀ: ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସ୍ତାବକୁ ନେଇ ରାଜନୈତିକ ଚର୍ଚ୍ଚା ପୁଣି ଜୋର ଧରିଛି। ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି ଯେ, ଚଣ୍ଡିଗଡ଼ରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକରେ ଦେଶରେ ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି। ସେ କହିଛନ୍ତି ଯେ, ଶିରୋମଣି ଅକାଳୀ ଦଳ ଶିଖ ଗୁରୁମାନଙ୍କ ଶିକ୍ଷାରୁ ପ୍ରେରଣା ନେଇଥାଏ। ଶିଖ ଗୁରୁମାନେ ମହିଳାଙ୍କୁ ସମ୍ମାନ, ସମାନତା ଓ ସମାନ ଅଧିକାର ପାଇଁ ସର୍ବଦା ଗୁରୁତ୍ୱ ଦେଇଥିଲେ।
ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ଏକ ଉଦାହରଣ ସୃଷ୍ଟି କରିସାରିଛି।ଶନିବାର ଚଣ୍ଡିଗଡ଼ରେ SADର ବରିଷ୍ଠ ନେତାମାନଙ୍କ ବୈଠକ ବସିଥିଲା। ବୈଠକରେ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଦେଶରେ ମହିଳା ସଂରକ୍ଷଣ ବିଧେୟକକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଛନ୍ତି। ମହିଳାଙ୍କ ସମ୍ମାନ, ସମାନତା ଓ ସମାନ ଅଧିକାର ନେଇ ଶିଖ୍ ଗୁରୁମାନଙ୍କ ଶିକ୍ଷାରୁ ଦଳ ପ୍ରେରଣା ନେଉଥିବା ସେ କହିଛନ୍ତି।
ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ନିଜ ସଦନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ପୂର୍ବରୁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ବାଦଲ କହିଛନ୍ତି। ଏହି ଉଦାହରଣ ପରେ SAD ପକ୍ଷରୁ ଦେଶରେ ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି।
କେବଳ ମହିଳା ସଂରକ୍ଷଣ ନୁହେଁ, ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ମଧ୍ୟ SAD ନିଜ ମତ ସ୍ପଷ୍ଟ କରିଛି। କୌଣସି ରାଜ୍ୟର ସ୍ୱାର୍ଥ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ନିରପେକ୍ଷ ଓ ସମାନ ପରିସୀମନ କରିବାକୁ ଦଳ ଦାବି କରିଛି। SAD ପକ୍ଷରୁ ସମସ୍ତ ରାଜ୍ୟର ଲୋକସଭା ଆସନ ସମାନ ଭାବେ ୫୦ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ ସମର୍ଥନ କରାଯାଇଛି। ନୂଆ ବ୍ୟବସ୍ଥାରେ କୌଣସି ରାଜ୍ୟ ଯେପରି କ୍ଷତିରେ ନ ରହେ, ତାହା ସୁନିଶ୍ଚିତ କରିବାକୁ ଦଳ ଦାବି କରିଛି।

