odisha24 Live

Latest News

Latest News

ୟୁପିଆଇ ଉପରେ ଶୁଳ୍କ

ନୂଆଦିଲ୍ଲୀ : ୟୁପିଆଇ କାରବାର ଉପରେ ଶୁଳ୍କ ଧାର୍ଯ୍ୟ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ଯଦି ୟୁପିଆଇ ଉପରେ କୌଣସି ଶୁଳ୍କ ଲାଗୁ ହୁଏ ତେବେ ଏହା ସାଧାରଣ ଗ୍ରାହକ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହା କେବଳ ବଡ଼ ବଡ଼ ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ବଡ଼ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ। ପେମେଣ୍ଟ୍ସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସ୍ପଷ୍ଟ କରିଛି ଯେ ୨୦୧୬ ମସିହାରୁ ୟୁପିଆଇ ଯେପରି ସାଧାରଣ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି, ଆଗକୁ ମଧ୍ୟ ସେହିପରି ମାଗଣା ରହିବ। ଗ୍ରାହକମାନେ ଟଙ୍କା ପଠାଇବା ପାଇଁ କୌଣସି ଅତିରିକ୍ତ ଦେୟ ଦେବେ ନାହିଁ।

Share In Social Media
Scroll to Top