odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆରମ୍ଭ ହେଲା ପିଜି ନାମଲେଖା

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୧,୧୨୧ଜଣ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬,୯୧୮ଜଣ ଛାତ୍ର, ୧୪,୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି।
ଚଳିତବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨,୫୬୩ଟି ସିଟ୍‌ ପାଇଁ ୫୮,୬୧୩ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏକକ ପିଜି ପ୍ରବେଶିକା ପରୀକ୍ଷାରେ ୫୦,୯୦୧ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ୩୭,୩୦୩ ଜଣ ପ୍ରାର୍ଥୀ ନିଜ ପସନ୍ଦ ଶିକ୍ଷାନୁଷ୍ଠାନ ବାଛିଛନ୍ତି। ସେହିପରି ‘ଫ୍ରିଜ୍‌’ ବିକଳ୍ପ ବାଛିଥିବା ଛାତ୍ରୀଛାତ୍ର ଅନ୍‌ଲାଇନରେ ନାମଲେଖା ଶୁଳ୍କ ପୈଠ କରିବା ପରେ ଇଣ୍ଟିମେଶନ ଲେଟର ଡାଉନଲୋଡ୍‌ କରି ୮ରୁ ୧୧ ତାରିଖ ମଧ୍ୟରେ (ଛୁଟି ଦିନ ବ୍ୟତୀତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top