odisha24 Live

Latest News

Latest News

ରେଳବାଇର କଡା ନିୟମ

ନୂଆଦିଲ୍ଲୀ : ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ। ବିନା ପ୍ଲାଟଫର୍ମ ଟିକେଟରେ ଷ୍ଟେଶନର ପ୍ଲାଟଫର୍ମକୁ ଯାଇଲେ ଜରିମାନା ମଧ୍ୟ ହୋଇପାରେ। ତେଣୁ ଆପଣ ଯଦି ରେଳ ଷ୍ଟେଶନକୁ ଯାଇ ପ୍ଲାଟଫର୍ମ ଟିକେଟ କିଣନ୍ତି, ତେବେ ଏହା ସହିତ ଜଡ଼ିତ ନିୟମଗୁଡ଼ିକ ଜାଣି ରଖିବା ଜରୁରୀ।
ପ୍ଲାଟଫର୍ମ ଟିକେଟ ନେବା ପରେ ଆପଣ ପୂରା ଦିନ ପ୍ଲାଟଫର୍ମରେ ରହିପାରିବେ ନାହିଁ। ପ୍ଲାଟଫର୍ମ ଟିକେଟ ନେବା ପରେ ଏହା ସାଧାରଣତଃ ୨ ଘଣ୍ଟା ପର୍ଯ୍ୟନ୍ତ ବୈଧ ରହେ। ଏହି ସମୟ ସୀମା ପରେ ମଧ୍ୟ ପ୍ଲାଟଫର୍ମରେ ରହିଲେ ଜରିମାନା ଦେବାକୁ ପଡ଼ିପାରେ। ୨ ଘଣ୍ଟା ପରେ ରହିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

Share In Social Media
Scroll to Top