odisha24 Live

Latest News

Latest News

ଗିରଫ ହେଲେ ଅନ୍ତରା

ମୁମ୍ବାଇ : ମଡେଲ୍ ଓ ୱେବ୍ ସିରିଜ୍ ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ପୋଲିସ ଗିରଫ କରିଛି । ଅଗଷ୍ଟ ୧୨ରେ ଅନ୍ତରା ବାନାର୍ଜୀ ସୁଟିଂ ପାଇଁ ସୁରଟ ଯାତ୍ରା କରୁଥିଲେ । ତାଙ୍କ ପାଖରେ କେବଳ ସ୍ଲିପର୍ କ୍ଲାସ୍ର ଟିକେଟ୍ ଥିବା ସତ୍ତ୍ୱେ ଏକ ରିଜର୍ଭ ଏସି କୋଚରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅନୁଯାୟୀ, ବୋରିଭଲି ଓ ଦହାନୁ ମଧ୍ୟରେ ରାତି ପ୍ରାୟ ୯ଟା ୩୦ରୁ ୧୦ଟା ୫୦ ମଧ୍ୟରେ ଘଟଣାଟି ଘଟିଥିଲା । ଅନ୍ୟ ଜଣେ ଯାତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଦଖଲ କରିଥିବା ସଂରକ୍ଷିତ ସିଟ୍ ଖାଲି କରିବାକୁ କହିଥିଲେ । ସେ ମନା କରିବା ପରେ ଯାତ୍ରୀ ଜଣକ ଟିକେଟ୍ କଲେକ୍ଟର ହରିକେଶ ତ୍ରିପାଠୀ ଏବଂ ଆରପିଏଫ କୁ ଏନେଇ ଜଣାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ।
ପୋଲିସ ରିପୋର୍ଟ ଅନୁସାରେ, ଅନ୍ତରା ବାନାର୍ଜୀ ନିଜ ପୋଷାକ ଖୋଲି ରେଜର ବ୍ଲେଡ୍ରେ ଆରପିଏଫଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଆହତ ହୋଇଥିବା ଅଭିଯୋଗ ରହିଛି । ଅନ୍ତରାଙ୍କୁ ଦହାନୁ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ ସରକାରୀ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା ।

Share In Social Media
Scroll to Top