
ଲଣ୍ଡନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଏକ ଅତ୍ୟନ୍ତ ଭୟଙ୍କର ଏବଂ ଗୁରୁତର ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଦେଶ ପରସ୍ପର ଉପରେ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନର ଆକ୍ରମଣର ଜବାବରେ ରୁଷିଆ ମଧ୍ୟ ଶକ୍ତିଶାଳୀ ପାଲଟା ଆକ୍ରମଣ କରୁଛି। ୟୁକ୍ରେନ୍ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ ଦେଶର ସର୍ବବୃହତ୍ ଷ୍ଟିଲ୍ କାରଖାନା ଉପରେ ରବିବାର ରାତିରେ ହୋଇଥିବା ଆକ୍ରମଣରେ ଶକ୍ତି ଏବଂ ବ୍ଲାଷ୍ଟ ଫର୍ନେସର ମୁଖ୍ୟ ଉପତ୍ାଦନ କେନ୍ଦ୍ରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଫଳରେ କାରଖାନାର ଉପତ୍ାଦନ ଆଂଶିକ ବାଧାପ୍ରାପ୍ତ ହୋଇଛି। କମ୍ପାନୀ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଏହା ଏକ ବେସାମରିକ ଶିଳ୍ପ ଭିତ୍ତିଭୂମି ବୋଲି ସ୍ପଷ୍ଟ କରିଛି।





